ଇରଜ ଓଡଆ ଯନତରକ ଅନବଦ କଷତରର ବୟକରଣଗତ ପରତବନଧକ: ଏକ ଭଷତତତୱକ ବଶଲଷଣ
ସାଂପ୍ରତିକ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଓ କୃତ୍ରିମ ବୁଦ୍ଧିମତା ଯୁଗରେ ଯାନ୍ତ୍ରିକ ଅନୁବାଦ ମାନବ ସମାଜ ପାଇଁ ଏକ ଅପରିହାର୍ଯ୍ୟ ଆବଶ୍ୟକତା ପାଲଟିଛି । ବିଶେଷକରି ଇଂରାଜୀ ଭଳି ଏକ ଆନ୍ତର୍ଜାତୀୟ ଭାଷାରୁ ଓଡ଼ିଆ ଭଳି ଏକ ଶାସ୍ତ୍ରୀୟ ତଥା ଆଂଚଳିକ ଭାଷାକୁ ଜ୍ଞାନର ରୂପାନ୍ତରଣ କ୍ଷେତ୍ରରେ ଯାନ୍ତ୍ରିକ ଅନୁବାଦର ଭୂମିକା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ପ୍ରାକୃତିକ ଭାଷା ସସାଧନ କ୍ଷେତ୍ରରେ ଇଂରାଜୀ ଏବଂ ଓଡ଼ିଆ ଭାଷାର ଗଠନମୂଳକ ଓ ବ୍ୟାକରଣଗତ ଭିନ୍ନତା ଏକ ବଡ଼ ପ୍ରତିବନ୍ଧକ ସଜାଇଛି । ଇଂରାଜୀ ଏକ ଗଠନ ବିଶିଷ୍ଟ ଭାଷା ହୋଇଥିବା ସ୍ଥଳେ ଓଡ଼ିଆ ଏକ ଗଠନମୂଳକ ଭାଷା । ଏହା ବ୍ୟତୀତ ବିଭକ୍ତି, ଲିଙ୍ଗ, ବଚନ, କାଳ, ପୁରୁଷ ଏବଂ ରୂପତାତ୍ତ୍ୱିକ ବୈଚିତ୍ର୍ୟ ସାଙ୍ଗକୁ ବହୁଅର୍ଥବୋଧକ ଶବ୍ଦ ଓ ରୂଢ଼ି ପ୍ରୟୋଗ ମେସିନ୍ ପାଇଁ ଅନୁବାଦ କରିବାରେ ପ୍ରଧାନ ଅନ୍ତରାୟ ସୃଷ୍ଟି କରନ୍ତି । ଏହି ଗବେଷଣା ପ୍ରବନ୍ଧରେ ଇଂରାଜୀ-ଓଡ଼ିଆ-ଯାନ୍ତ୍ରିକ ଅନୁବାଦ ସମୟରେ ଉପୁଜୁଥିବା ପ୍ରମୁଖ ବ୍ୟାକରଣଗତ ପ୍ରତିବନ୍ଧକଗୁଡ଼ିକର ଏକ ସମୀକ୍ଷାତ୍ମକ ଭାଷାତାତ୍ତ୍ୱିକ ବିଶ୍ଲେଷଣ କରାଯାଇଛି ଏବଂ ଏହାର ସମ୍ଭାବ୍ୟ ସମାଧାନ ଦିଗରେ ଆଲୋକପାତ କରାଯାଇଛି ।
Authors
- ରୀନାରାଣୀ ଜେନା (ORCID: https://orcid.org/0009-0008-7679-1669)
Institutions
- Human Growth Foundation (US)
Publication Details
- Journal
- Zenodo (CERN European Organization for Nuclear Research)
- Published
- 2026-07-24
- DOI
- https://doi.org/10.5281/zenodo.21528561
- Primary Topic
- Human auditory perception and evaluation
- Type
- article
- Field-Weighted Citation Impact
- 0.00