ଅସମତର ସମରକ ପଠ: ଉତକଳ ସହତୟ ସମଜ
ଅସ୍ମିତା’ ଶବ୍ଦ ଏବେ ବେଶ୍ ଚର୍ଚ୍ଚାର ବିଷୟ। ପ୍ରକୃତରେ ଅସ୍ମିତା କଣ? ଅସ୍ମିତାକୁ ନେଇ ଆମର ଭାବାବେଗ କଣ? ଅସ୍ମିତା ହେଉଛି ସ୍ଵ ପରିଚୟ। ମୋ ସ୍ୱତନ୍ତ୍ରତା ହିଁ ମୋ ଅସ୍ମିତ। ଓଡ଼ିଆ ଜାତି ଓ ଓଡ଼ିଶାର ଅସ୍ମିତାର କଥା ଉଠିଲେ ମନକୁ ଆସେ କଟକ ସହରର ଶତାୟୁ ଅନୁଷ୍ଠାନ ‘ଉତ୍କଳ ସାହିତ୍ୟ ସମାଜ’ କଥା। ଉନବିଂଶ ଶତାବ୍ଦୀ ଓଡ଼ିଆ ଭାଷା ସାହିତ୍ୟ ପାଇଁ ନବଜାଗରଣର ସମୟ । ଏକ ସାଧାରଣ ସଭା ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଗଢିଉଠିଥିବା ଅନୁଷ୍ଠାନ ଯେ ଓଡ଼ିଶାର ବରପୁତ୍ରମାନଙ୍କ ପରିଚୟ ସୃଷ୍ଟିର ଗୁରୁଭାର ଗ୍ରହଣ କରିବ ଏହା ଆଶ୍ଚର୍ଯ୍ୟକର ନିଶ୍ଚୟ । ନବଜାଗରଣ ପର୍ବରେ ଓଡ଼ିଆ ଭାଷାର ବିଲୋପର ଷଡଯନ୍ତ୍ର ବିଫଳ ହେବା ପରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧି କରିବାର ସ୍ଵପ୍ନରୁ ଜନ୍ମନିଏ ‘ଉତ୍କଳ ସାହିତ୍ୟ ସମାଜ’ । ଏହି ଅନୁଷ୍ଠାନ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବା ସହିତ ତତ୍କାଳୀନ ସାହିତ୍ୟିକ ପରିବେଶକୁ ବେଶ୍ ସୁଦୃଢ ଏବଂ ସୁଦୂରପ୍ରସାରୀ କରିପାରିଥିଲା।
Authors
- ବର୍ଷା ଦାସ (ORCID: https://orcid.org/0009-0009-8045-7185)
Institutions
- Human Growth Foundation (US)
Publication Details
- Journal
- Zenodo (CERN European Organization for Nuclear Research)
- Published
- 2026-07-24
- DOI
- https://doi.org/10.5281/zenodo.21528824
- Primary Topic
- Human auditory perception and evaluation
- Type
- article
- Field-Weighted Citation Impact
- 0.00