ସପରଣଣ କରନତ ଓ ସହଜ ଚତନର "ତଟ ନରଞଜନ"
ନାଟକ ହେଉଛି ସାହିତ୍ୟର ଏକ ବଳିଷ୍ଟ ବିଭାଗ । ଏହା ଏମିତି ଏକ ସାରସ୍ୱତ ଚକକ୍ରାର ଯାହାଦ୍ୱାରା ଗୋଟିଏ ବିଷୟ ବସ୍ତୁକୁ ଗୋଟିଏ ସମୟରେ ଅନେକ ଲୋକ ଦେଖି, ଶୁଣି ଓ ବୁଝି ପାରନ୍ତି । ତେଣୁ ସାହିତ୍ୟର ଅନ୍ୟାନ୍ୟ ବିଭାଗ ଅପେକ୍ଷା ନାଟକ ସ୍ୱତନ୍ତ୍ର । ଏହାଦ୍ୱାରା ସାମାଜିକ ବାର୍ତା ସହଜରେ ପ୍ରଦାନ କରାଇବା ସହିତ ସମାଜ ଜୀବନର ଅଦେଖା ଭାବକୁ ପ୍ରକଟିତ କରାଯାଇପାରେ । ଅନେକ ପରୀକ୍ଷା ନିରୀକ୍ଷାର ସମ୍ମୁଖୀନ ହୋଇଛି ସ୍ୱାଧୀନତା ପରବର୍ତୀ ଓଡିଆ ନାଟକ । ଜୀବନକୁ ନୂଆଭାବରେ ଦେଖିବାକୁ ଦୃଷ୍ଟିଭଙ୍ଗୀ ଆଧାରରେ ନାଟକ ହୋଇଛି ଋଦ୍ଧିମନ୍ତ । ସମାନ ଓ ଜୀବନକୁ ନେଇ ସୃଷ୍ଟି ହୋଇ ତଥ୍ୟ ଓ ତତ୍ୱର ବ୍ୟାପକ ପୋଷ୍ଟମର୍ଟମ ହୋଇଛି ନାଟକ ମାଧ୍ୟମରେ । ବିଂଶ ଶତାବ୍ଦୀର ଅବକ୍ଷୟଗ୍ରସ୍ତ ସମାଜରେ ଅସହାୟ ମଣିଷର ଦ୍ୱନ୍ଦ୍ୱ ସଂଘର୍ଷକୁ ନେଇ ନାଟକ ହୋଇ ପଡିଛି ଏକାନ୍ତ ଖଣ୍ଡିତ, ସୂକ୍ଷ୍ମ ଓ ପ୍ରତୀକଧର୍ମୀ ତଥା ଇଙ୍ଗିତାତ୍ମକ । ମନସ୍ତାତ୍ୱିକ ପ୍ରକ୍ରିୟାରେ ଜୀବନ ରହସ୍ୟକୁ ଉନ୍ମୋଚନ ଓ ତୀର୍ଯ୍ୟକ୍ ଭଙ୍ଗୀରେ ଉପସ୍ଥାପନ କରି ଜୀବନ ନିଷ୍ଠୁରତାକୁ ଅନ୍ୱେଷଣ କରିବା ନାଟକର ହୋଇ ପଡିଛି ମୁଖ୍ୟ ସ୍ୱର । ପ୍ରତୀକ ଓ ମିଥ୍ର ମାଧୁର୍ଯ୍ୟ ପ୍ରୟୋଗରେ ନାଟ୍ୟ ସ୍ୱର ଉକ୍ରଟାକୁ ଅତିକ୍ରମ କରି ପହଂଚିଛି ପାଠକ ଓ ଦର୍ଶକର ହୃଦୟ ସ୍ଥଳରେ । ନାଟକର ଏହି ନୂତନ ତଥ୍ୟ ଓ ତତ୍ୱକୁ ଆଧାର କରି ସ୍ୱାଧୀନତା ପରବର୍ତୀ ସମୟରେ ଯେଉଁ କେତେଜଣ ସାରସ୍ୱତ ଯଶସ୍ୱୀ ନାଟ୍ୟକାର ଆପଣାର କଳା ଓ କୌଶଳକୁ ନୂତନାର ସ୍ପର୍ଶ ଦେଇ ନାଟ୍ୟ ଉପସ୍ଥାପନା କରିଛନ୍ତି, ସେମାନଙ୍କ ମଧ୍ୟରୁ ନାଟ୍ୟକାର ବିଜୟ ମିଶ୍ର ଅନ୍ୟତମ ସର୍ବମାନ୍ୟ ପ୍ରତିଭା । ସ୍ୱାଧୀନତା ପରବର୍ତୀ କାଳର ଜଣେ ପ୍ରଚଣ୍ଡ ପ୍ରତିଭାବନ୍ତ ନାଟ୍ୟକାର ଭାବରେ ସେ ନିଜକୁ ସାବ୍ୟସ୍ତ କରିଥିଲେ “ଶବବାହକମାନେ” ନାଟକ ମାଧ୍ୟମରେ । ତା’ ପରେ ପରେ ଏକ ପ୍ରତୀକାତ୍ମକ ଜୀବନବୋଧ ନାଟକ ଭାବରେ “ତଟନିରଞ୍ଜନା” ତାଙ୍କୁ ଦେଉଥିଲା ଜଣେ ସଫଳ ନାଟ୍ୟକାରର ଗୌରବ ।
Authors
- ସୁମନ୍ତ୍ର ନାଏକ (ORCID: https://orcid.org/0009-0007-1953-3738)
Institutions
- Human Growth Foundation (US)
Publication Details
- Journal
- Zenodo (CERN European Organization for Nuclear Research)
- Published
- 2026-07-24
- DOI
- https://doi.org/10.5281/zenodo.21527896
- Primary Topic
- Educational Robotics and Engineering
- Type
- article
- Field-Weighted Citation Impact
- 0.00