ଅଶ ପରବରତତ ଓଡଆ ନଟକର ଐତହସକ ମଥ ପରୟଗ
୧୯୮୦ ପରବର୍ତ୍ତୀ ଓଡ଼ିଆ ନାଟ୍ୟ ସାହିତ୍ୟରେ ଐତିହାସିକ ମିଥ୍ ପ୍ରୟୋଗ ଏକ ସୃଜନଶୀଳ ଓ ଚିନ୍ତନମୂଳକ ଧାରା ଭାବେ ପରିଲକ୍ଷିତ ହୋଇଛି । ଏହି ସମୟର ନାଟ୍ୟକାରମାନେ ଇତିହାସକୁ କେବଳ ଅତୀତର ଘଟଣା ଭାବେ ନୁହେଁ, ବରଂ ସମକାଳୀନ ସମାଜର ରାଜନୈତିକ, ନୈତିକ ଓ ମାନବୀୟ ସଂକଟର ପ୍ରତୀକାତ୍ମକ ରୂପକ ରୂପେ ବ୍ୟବହାର କରିଛନ୍ତି । ବିଭିନ୍ନ ଐତିହାସିକ ବୀରପୁରୁଷମାନଙ୍କ ଚରିତ୍ର ମାଧ୍ୟମରେ ଯୁଦ୍ଧ ଓ ଶାନ୍ତି, ନ୍ୟାୟ–ଅନ୍ୟାୟ, ପ୍ରତିଭା–କ୍ଷମତା, ନୀତି–ଅନୀତିକୁ ନେଇ ମାନବ ମନର ଅନ୍ତଦ୍ୱର୍ନ୍ଦ୍ୱର ଚିତ୍ର ହୋଇଛି ଉପସ୍ଥାପିତ । ଇତିହାସର କଙ୍କାଳ ଭିତରୁ ସେମାନେ ଆବିଷ୍କାର କରିଛନ୍ତି ସାମାଜିକ ଅନ୍ୟାୟ, ଶୋଷଣ, ଅତ୍ୟାଚାର, ଅସନ୍ତୋଷ, ବେଦନା, ଧର୍ମାନ୍ତରଣ, ପ୍ରତିବାଦ, ମାନବତା, ତ୍ୟାଗ, ସମାଜସଂସ୍କାର, ସଂଗ୍ରାମଶୀଳତା ତଥା ସାମାଜିକ ପରିବର୍ତ୍ତନ ଆଦି ସମସାମୟିକତାର ସ୍ୱରକୁ । ନାଟ୍ୟକାରମାନେ ମିଥ୍ ଓ ଇତିହାସକୁ ଅନ୍ଧ ଅନୁକରଣର ବିଷୟ ଭାବେ ନୁହେଁ, ବରଂ ସମାଜ ସମାଲୋଚନାର ଏକ ସଶକ୍ତ ମାଧ୍ୟମ ଭାବେ ଗ୍ରହଣ କରିଛନ୍ତି । ଏହି ସମୟର ସମାଜ ରାଜନୈତିକ ଅସ୍ଥିରତା, ମୂଲ୍ୟବୋଧର ଅବକ୍ଷୟ, ନାରୀ ନିର୍ଯ୍ୟାତନା ଓ ମାନବୀୟ ସଂକଟରେ ଥିଲା ଜର୍ଜରିତ । ଏହି ପରିପ୍ରେକ୍ଷୀରେ ନାଟ୍ୟକାରମାନେ ଐତିହାସିକ ମିଥ୍କୁ ଆଧୁନିକ ଚେତନାର ଆଲୋକରେ କରିଛନ୍ତି ପୁନଃବ୍ୟାଖ୍ୟା ।
Authors
- ସନ୍ତୋଷ କୁମାର ପଣ୍ଡା (ORCID: https://orcid.org/0009-0000-1019-2438)
Institutions
- Human Growth Foundation (US)
Publication Details
- Journal
- Zenodo (CERN European Organization for Nuclear Research)
- Published
- 2026-07-24
- DOI
- https://doi.org/10.5281/zenodo.21528045
- Primary Topic
- Educational Robotics and Engineering
- Type
- article
- Field-Weighted Citation Impact
- 0.00