ପଶୱରଦବ କତତମଚଣଡ: ମନବତତର ଅବବଧ
ବିଶ୍ୱର ରହସ୍ୟମୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ସର୍ବଧର୍ମର ସମନ୍ୱୟୀ ଚେତନା ଭାବେ ନିଖିଳ ବ୍ରହ୍ମାଣ୍ଡକୁ ଆବୋରି ବସିଛନ୍ତି । ମାନବରୁ ମାନବେତ୍ତର ଜୀବଜଗତ ସର୍ବତ୍ର ପ୍ରଭୁଙ୍କ ସ୍ୱରୂପ ପ୍ରତୀୟମାନ । ଏକାଧାରାରେ ସେ ଶୂନ୍ୟ ପୁଣି ପୂର୍ଣ୍ଣ, ସେ ନିରାକାର ପୁଣି ସାକାର, ସେ ଅସୀମ ପୁଣି ଅସୀମତ୍ୱର ଆଧାର । ଦାରୁବ୍ରହ୍ମଙ୍କ ଲୀଳା ଅଦ୍ୱିତୀୟ । କେତେ ଧର୍ମର ବାତ୍ୟା ନ ବୋହିଛି, କେତେ ଦର୍ଶନରେ ରୂପାୟିତ ହୋଇଛନ୍ତି ପ୍ରଭୁ ଜଗନ୍ନାଥ । ସବୁ ରୂପରେ, ସବୁ ଭାବରେ ସେ ବିରାଜିତ । ତାଙ୍କର ଶ୍ରୀକ୍ଷେତ୍ର ଠାରୁ ଶ୍ରୀମନ୍ଦିର ମଧ୍ୟରେ ସକଳ ଦର୍ଶନର ଏକୀଭୂତ ସ୍ୱରୂପ ବିଦ୍ୟମାନ । ଶ୍ରୀ ଜଗନ୍ନାଥ ସାକ୍ଷାତ ପରଂବ୍ରହ୍ମ । ଶ୍ରୀକ୍ଷେତ୍ର ତାଙ୍କର ନିତ୍ୟଲୀଳାସ୍ଥଳ । ଏହି ପବିତ୍ର ଧାମରେ ଶ୍ରୀମନ୍ଦିରର ଗର୍ଭଗୃହରେ ପ୍ରଭୁ ବିରାଜିତ । କେତେ ଧର୍ମୀୟଭାବନା ଭିତରେ ପ୍ରଭୁ ଭକ୍ତର ଆପଣାର ହୁଅନ୍ତି, ତାହା କେବଳ ଅନୁଭବ୍ୟ । ଶାନ୍ତ ପରମ୍ପରା ଅନୁସାରେ ପ୍ରଭୁ ହେଉଛନ୍ତି ସାକ୍ଷାତ ଶକ୍ତିସ୍ୱରୂପା ଦକ୍ଷିଣକାଳୀ । ପ୍ରଭୁଙ୍କ ଏହି ଶାକ୍ତ ଅବବୋଧ ମଧ୍ୟରେ କେତେ ପାଶ୍ୱର୍ ଦେବାଦେବୀ ସହ ଚଣ୍ଡୀ, ଚାମଣ୍ଡା, କାଳୀ, କରାଳୀଙ୍କ ଉପାସନା ହେଉଛି । ତନ୍ମଧ୍ୟରୁ ମା’ କୁତ୍ତାମ ଚଣ୍ଡୀ ଅନ୍ୟତମ । ଯେ ପ୍ରଭୁଙ୍କ ଅନ୍ୟତମ କ୍ରିୟାଶକ୍ତି ମଧ୍ୟରୁ ଗୋଟିଏ । ମା’ କୁତ୍ତାମଚଣ୍ଡୀ ଶ୍ୱାନଭୈରବୀ ଭାବରେ ପୂଜିତା ହେଉଛନ୍ତି । ଯେଉଁ ଶ୍ୱାନଭୈରବୀ କୁତ୍ତାମ ଉପରେ ଆସୀନ । ଯେଉଁ ପରମେଶ୍ୱରଙ୍କ ଅବବୋଧ ଦେଇ ମମତ୍ୱର ସ୍ନିଗ୍ଧପୁଲକ ଅନୁଭବ୍ୟ । ଏହି ଚଣ୍ଡୀ ହିଁ ମାନବେତ୍ତର ଜୀବ କୁକୁର ବା କୁତ୍ତାକୁ ଆପଣା ବାହନ ରୂପରେ ଆଦରିଛନ୍ତି । ଶାକ୍ତକୋଳାଚାରୀ ମତରେ ଏହି ମା’ କୁତ୍ତାମ ଚଣ୍ଡୀ ହିଁ ଶ୍ୱାନଭୈରବୀ, ଯେ ଶ୍ରୀମନ୍ଦିରର ରକ୍ଷାକର୍ତ୍ତୀ ଭାବେ ବିରାଜିତା । ତେବେ ଉପରୋକ୍ତ ପ୍ରବନ୍ଧଟି ଏ ସଂକ୍ରାନ୍ତରେ ବହୁ ଦିଗକୁ ଉନ୍ମୋଚନ କରିବା ସହ ମାତୃଶକ୍ତିଙ୍କ ମାନବେତ୍ତର ଅବବୋଧକୁ ତତ୍ତ୍ୱ ଦୃଷ୍ଟିରୁ ନୁହେଁ ବରଂ ଚୈତ୍ତିକ ସମ୍ପୃକ୍ତି ମଧ୍ୟ ଦେଇ ଦେଖିବାର ଧୃଷ୍ଟତା କରିଛି ।
Authors
- ହେନେରିଟା ମିଶ୍ର (ORCID: https://orcid.org/0009-0002-0445-3667)
Institutions
- Human Growth Foundation (US)
Publication Details
- Journal
- Zenodo (CERN European Organization for Nuclear Research)
- Published
- 2026-07-24
- DOI
- https://doi.org/10.5281/zenodo.21528400
- Primary Topic
- Human auditory perception and evaluation
- Type
- article
- Field-Weighted Citation Impact
- 0.00