ନବଜଗରଣର ସୱର: ଓଡଆ ପତରପତରକର କରମବକଶ
ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ତଥା ନବଜାଗରଣ କ୍ଷେତ୍ରରେ ପତ୍ରପତ୍ରିକାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୧୮୦୩ରେ ଓଡ଼ିଶା ଇଂରେଜ ଶାସନାଧୀନ ହେବା ପରେ ପାଶ୍ଚାତ୍ୟ ଶିକ୍ଷା ଓ ମୁଦ୍ରାଯନ୍ତ୍ରର ପ୍ରତିଷ୍ଠା ଓଡ଼ିଆ ଗଦ୍ୟ ସାହିତ୍ୟର ଭିତ୍ତଣ୍ଟି ସ୍ଥାପନ କରିଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ମିଶନାରୀମାନଙ୍କ ଦ୍ୱାରା ବାଇବେଲ ଅନୁବାଦ ଏବଂ 'ଜ୍ଞାନାରୁଣ', 'ପ୍ରବୋଧ ଚନ୍ଦ୍ରିକା' ଭଳି ପତ୍ରିକା ପ୍ରକାଶ ପାଇଥିଲା । ତେବେ ୧୮୬୬ର 'ଉକôଳ ଦୀପିକା' ଓଡ଼ିଆ ଜାତି ଓ ଭାଷା ବିଲୋପ ଆନେ୍ଦାଳନ ସମୟରେ ମାର୍ଗଦର୍ଶକ ସାଜିଥିଲା । ପରବତ୍ତର୍ଣ୍ଟୀ ସମୟରେ 'ବାଲେଶ୍ୱର ସମ୍ବାଦ ବାହିକା', 'ଉକôଳ ଦର୍ପଣ' (ପ୍ରଥମ ସାହିତ୍ୟ ପତ୍ରିକା), ' ଉତ୍କଳ ସାହିତ୍ୟ' ଏବଂ 'ସମ୍ବଲପୁର ହିତୈଷିଣୀ' ଭଳି କାଳଜୟୀ ପତ୍ରିକାଗୁଡ଼ିକ ରାଧାନାଥ, ଫକୀରମୋହନ ଓ ଗଙ୍ଗାଧର ମେହେରଙ୍କ ଭଳି ସ୍ରଷ୍ଟାମାନଙ୍କୁ ଆତ୍ମପ୍ରକାଶର ସୁଯୋଗ ଦେଇଥିଲେ । ସତ୍ୟବାଦୀ ଯୁଗରୁ ଆରମ୍ଭ କରି ସ୍ୱାଧୀନତା ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ 'ସମାଜ', 'ଝଙ୍କାର' ଓ 'ଡଗର' ପରି ପତ୍ରିକା ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରିଛନ୍ତି । ଆଜି ମଧ୍ୟ ଅନେକ ସାହିତ୍ୟ ପତ୍ରିକା ଏହି ଗୌରବମୟ ଧାରାକୁ ବଜାୟ ରଖି ଓଡ଼ିଆ ସାହିତ୍ୟକୁ ବିଶ୍ୱ ଦରବାରରେ ସମୃଦ୍ଧ କରୁଛନ୍ତି ।
Authors
- ଜୟଲକ୍ଷ୍ମୀ ମିଶ୍ର (ORCID: https://orcid.org/0009-0009-1442-633X)
Institutions
- Human Growth Foundation (US)
Publication Details
- Journal
- Zenodo (CERN European Organization for Nuclear Research)
- Published
- 2026-07-24
- DOI
- https://doi.org/10.5281/zenodo.21528687
- Primary Topic
- Human auditory perception and evaluation
- Type
- article
- Field-Weighted Citation Impact
- 0.00